ରେଢ଼ାଖୋଲ : ଏକ ବାହାଘର ଗାଡ଼ି ସୋମବାର ଅପରାହ୍ଣ ୩ଟା ସମୟରେ ଚାରମାଳ ଥାନା ଏନଏଚ ୫୫ ହିଣ୍ଡୋଲ ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ୟାପକ୍ଷର ଜଣେ ଯୁବକ ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା କୁସୁମୀ ଗାଁର ମନୋଜ ଭୋଇ (୨୫) ଏଥିରେ ପ୍ରାଣ ହରାଇଛନ୍ତି। ଏହି ମିନିଟ୍ରକ (୪୦୭)ରେ ଥିବା ଅନ୍ୟ ୩୫ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ମାନେ ହେଲେ ସାନରେଂଗଲୋଇର ଯଦୁ କର୍ଣ୍ଣ (୨୭), ହରିପୁରର ସୁରେଶ ଭୋଇ (୨୦), ଏକାଦଶୀ ଭୋଇ (୨୪), ନବୀନ ଭୋଇ (୪୨), ସନାତନ ନାୟକ (୨୧), ପୂର୍ଣ୍ଣଚନ୍ଦ୍ର ନାୟକ (୪୦), ଅଜିତ ଗଡ଼ତିଆ (୨୮), ଘାସିନାଥ କର୍ଣ୍ଣ (୬୦) ଓ କସିବାହାଲର କୀର୍ତନ ଧରୁଆ (୫୫)। ଅନ୍ୟ ଆହତଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।
ରବିବାର ରେଢ଼ାଖୋଲ ଥାନା ହରିପୁର ଗାଁର ରସାନନ୍ଦ ନାୟକଙ୍କ ଝିଅ ବାହା ଘର ଥିଲା। ସୋମବାର ଏକ ମିନିଟ୍ରକରେ କନ୍ୟାକୁ ଛାଡ଼ିବା ପାଇଁ ଚାରମାଳ ଥାନା ସାତସମା ଗାଁକୁ ବାହାରିଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ସ୍ଥାନୀୟ ପୁଲିସ ସହ ଲୋକମାନେ ଏବଂ ରେଢ଼ାଖୋଲରୁ ଦମକାଳ ବାହିନୀ ଉଦ୍ଧାର କାର୍ଯ୍ୟ କରିଥିଲେ। ସମସ୍ତଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଅଣା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/SBPHO26-redhakhol3.jpg)