ବୌଦ୍ଧ: ରବିବାର ରାତିରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ବଜ୍ରପାତ ଅନୁଭୂତ ହୋଇଥିଲା। ଏହାଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଧଳପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଧଳପୁର୍ ଟିକିରାସାହିର ଶିବ ବେହେରା (୪୫ )ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ବିବାହିତ। ନିଜ ପରିବାର ସହିତ ଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି।
ସେ ନିଜ ଘରେ ଥିବାବେଳେ ରାତି ପ୍ରାୟ ୯ଟା ସମୟରେ ହୋଇଥିବା ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି। ମୃତକଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/dead-sisat-1.jpg)