ଲହୁଣୀପଡ଼ା/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ୫୨୦ ନମ୍ବର ଜାତୀୟ ରାଜପଥରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଉଛି। ଦୁର୍ଘଟଣା ଘଟିଛି କେ ବଳଙ୍ଗ ଥାନା ଅନ୍ତର୍ଗତ ସୁଖାବନ୍ଧ ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ। ଅନୁଗୁଳ ଜିଲ୍ଲା ଖମାର ଅଞ୍ଚଳରୁ ବୈବାହିକ କାମରେ ଯୋଗ ଦେବାକୁ ୬ ଜଣ ଏକ କାରରେ ଆସୁଥିଲେ। ସାମନା ପଟୁ ଆସୁଥିବା ଏକ ଟ୍ରକ କାରକୁ ପିଟି ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୪ ଜଣ ଗୁରୁତର ଆହତ ହୋଇଥିଲେ। ଡ୍ରାଇଭର ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛନ୍ତି।
ବିବାହ ସମାରୋହରେ ଯୋଗଦେବାକୁ କାର୍ରେ ଯାଉଥିଲେ; ଟ୍ରକ୍ ଧକ୍କାରେ ୨ ମୃତ, ୪ ଗୁରୁତର
/sambad/media/post_attachments/wp-content/uploads/2023/06/ଲହୁଣୀପଡ଼ା.jpg)