କୋରାପୁଟ: ପ୍ରକୃତିର ଖେଳ ବିଚିତ୍ର। କାହାକୁ ବହୁତ ସୁଖ ଦେଉଛି ତ ଆଉ କାହା ପାଇଁ ଦୁଃଖର ସାଗର ଭାବେ ଉଭା ହେଉଛି। ଆଜି ଅପରାହ୍ନରେ ଗୋଟିଏ ପରିବାର ର ଲୋକ ଘର ଭିତରେ ଥିବା ବେଳେ, ସେହି ସମୟରେ ବଜ୍ରପାତ ହୋଇଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ପରିବାରର ଅନ୍ୟ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋରପୁଟ ଜିଲ୍ଲା ଲମତାପୁଟ ବ୍ଲକ ସିଲପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।
ସୂଚନା ଅନୁସାରେ ସିଲପଡ଼ା ଗାଁରେ ଆଜି ଅପରାହ୍ନରେ ସମସ୍ତେ ଘରେ ଥିବା ବେଳେ ବଜ୍ରାଘାତ ଘଟିଛି। ଏଥିରେ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ ରହିଛନ୍ତି। ସମସ୍ତ ଆହତମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ନେଇ ସିଲପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/f814e97e-1dcf-4153-bf1d-bab11ce61a98.jpg)