ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ବୁଢ଼ିପଦରସ୍ଥିତ ଓଡ଼ିଶା ମେଟାଲିକର ବ୍ଲାଷ୍ଟ ଫର୍ଣ୍ଣେସରେ ଲାଗିଥିବା ପେଲେଟ୍ ପ୍ଲାଣ୍ଟରୁ ବିଷାକ୍ତ କାର୍ବନ ମନୋ ଅକସାଇଡ୍ ଗ୍ୟାସ୍ ନିର୍ଗତ ହୋଇ ଆଜି ଅପରାହ୍ଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ, ସେମାନେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ତେଛବାହାଲ ଗ୍ରାମର ବରୁଣ ପ୍ରଧାନ।
/sambad/media/post_attachments/wp-content/uploads/2024/08/3dc3df4b-1ccc-41de-bb84-3f8fff3acef9-e1722945154422.jpeg)
ଏହି ଘଟଣା ପରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ଘରୋଇ ଡାକ୍ତରଖାନାର ସମ୍ମୁଖରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ତେବେ କେଉଁ କାରଣରୁ ପେଲେଟ ପ୍ଲାଣ୍ଟରୁ ଗ୍ୟାସ୍ ନିର୍ଗତ ହେଲା, ତାହା ରିପୋର୍ଟ ଲେଖାଯିବା ବେଳକୁ ସ୍ପଷ୍ଟ ହୋଇପାରି ନାହିଁ।
/sambad/media/post_attachments/wp-content/uploads/2024/08/b71e90cf-4070-4fd0-b4f7-3f6f3f389d43-1.jpeg)
ତେବେ ଓଡ଼ିଶା ମେଟାଲିକ କାରଖାନାରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ନିରୀହ ଶ୍ରମିକଙ୍କ ଜୀବନ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କଂପାନି ବିରୋଧରେ ସବୁବେଳେ କୋହଳ ମନୋଭାବ ପୋଷଣ କରାଯାଉଥିବା ନେଇ ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/514ed771-1777-49a9-9c74-4d7676ff4867.jpeg)