ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚନ୍ଦନଧାରା ଶୈବ ପୀଠରେ ମହାଦେବଙ୍କୁ ଦର୍ଶନ କରି ଫେରିବା ସମୟରେ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମର ଜେମା ବିଶୋଇ (୬୮)। ଏନେଇ ମୃତ ମହିଳାଙ୍କ ସମ୍ପର୍କୀୟ ଚିତ୍ତ ବିଶୋଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନମ୍ବର ୨୦୮/୨୪ରେ ମାମଲା ରୁଜୁ କରିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
/sambad/media/media_files/2024/11/15/cc34d8f9-3caa-4fa7-a635-600a7da3a273.jpeg)
ଡାବୁଗାଁ ଥାନା ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମର ୧୦ ଜଣ ଏକ ଅଟୋ (ଓଡି ୨୪ ଜି ୧୩୪୭) ଯୋଗେ ଝରିଗାଁ ବ୍ଲକ ଅନ୍ତର୍ଗତ ଚନ୍ଦନ ଧାରା ଶୈବ ପୀଠରେ ମହାଦେବଙ୍କୁ ଆଜି ସକାଳେ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ଦିନ ପ୍ରାୟ ୧ଟାରେ ସେହି ଅଟୋରେ କେଲିଆର ପ୍ରସିଦ୍ଧ ବାବା ଝାଡେଶ୍ୱର ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ।
ତେବେ କେଲିଆ ବାବା ଝାଡେଶ୍ୱର ମନ୍ଦିର ପହଞ୍ଚିବା ପୂର୍ବରୁ ମୁଣ୍ଡା ପଦର ଛକ ନିକଟ ଏକ ବୁଲାଣିରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅଟୋରେ ବସିଥିବା ସମସ୍ତ ୧୦ ଜଣ ରାସ୍ତାକଡ଼ରେ ଛିଟିକି ପଡ଼ିଥିଲେ। ସେଥିରୁ ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନେ ହେଲେ ଜେମା ବିଶୋଇ (୬୮), ଭଗବତୀ ବିଶୋଇ (୫୦), ଗଦା ବିଶୋଇ (୧୬), ରଶ୍ମିତା ଭତରା (୧୪) ଓ ମାନସ ବିଶୋଇ (୮) ବର୍ଷ।
ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତମାନଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ଜେମା ବିଶୋଇଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଜେମା ବିଶୋଇଙ୍କ ସମ୍ପର୍କୀୟ ଚିତ୍ତ ବିଶୋଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନମ୍ବର ୨୧୦/୨୪ରେ ମାମଲା ରୁଜୁ କରି ଶବ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/15/15b6ef5b-6a21-4959-b872-0a99c870e73f.jpeg)