ବିଦ୍ୟୁତ ଖମ୍ବକୁ ପିଟିଲା ବାଇକ୍: ୧ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼/ବାଲିଶଙ୍କରା: ରବିବାର ସନ୍ଧ୍ୟା ସାଢ଼େ ୭ଟାରେ କିଞ୍ଜିରକେଲା ଥାନା ରଷ୍ଟିରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଦୁଇ ବନ୍ଧୁ ବାଇକରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଗାଁ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖମ୍ବରେ ପିଟି ହୋଇଥିଲା। ଏଥିରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସିକାଯୋରର ମନୋଜ ଏକ୍କା (୩୮)। ଗୁରୁତର ହେଲେ ରଷ୍ଟିର ମନୋଜ। ଦୁଇ ବନ୍ଧୁ ବାଇକରେ ଶିକାଯୋରରୁ ରଷ୍ଟିକୁ ଆସୁଥିଲେ। ଗାଁ ମଝିରେ ଭାରସାମ୍ୟ ହରାଇ ଖମ୍ବରେ ପିଟି ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।

ଖବର ପାଇ କିଞ୍ଜିରକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ରହିଛି, ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଓ ଗାଡିମଟର ଯାଞ୍ଚ ଢିଲା ଥିବାବେଳେ ମଦ ପିଇ, ବିନା ହେଲମେଟରେ ଗାଡ଼ି ଚାଳନା ବଢ଼ିଛି। ଯେଉଁଥିପାଇଁ ବହୁ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।

ସମ୍ବନ୍ଧିତ ଖବର