ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ୩୫୩ନଂ ଜାତୀୟ ରାଜପଥ ଅରେଡ଼ା ଛକ ନିକଟରେ ଏକ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଗ୍ରାମର ଟିକଚନ ପଟେଲ (୩୫) ଏବଂ ଖଡ଼ିଆଳ ଥାନା ସନ୍ଧିବାହାଲି ଗ୍ରାମର ହୃଷିକେଶ ପଟେଲ ଓ ହାଇଦ୍ରାବାଦର ସ୍ୱରୂପ ମୁର୍ମୁ ଏକ ବାଇକ୍ (ଓଡ଼ି ୩ଟି-୩୬୯୭)ରେ ବଙ୍ଗୋମୁଣ୍ଡା ପଟୁ ଖଡ଼ିଆଳକୁ ଆସୁଥିଲେ। ଏହି ସମୟରେ ଅରେଡ଼ା ଛକ ପାଖରେ ଖଡ଼ିଆଳ ପଟୁ ଆସୁଥିବା ଏକ କାର୍ (ସିଜି ୦୪ ଏମ୍ଡବ୍ଲୁ-୧୪୭୮) ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ତିନି ଜଣ ଯାକ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିବା ବେଳେ କୋମନାଠାରେ ଟିକଚନଙ୍କ ମୃତ୍ୟୁ ଘଟିଥିଲା। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଖଡ଼ିଆଳ ପୁଲିସ୍ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି।
କାର୍-ବାଇକ୍ ଧକ୍କା: ଜଣେ ମୃତ, ୨ ଗୁରୁତର
/sambad/media/post_attachments/wp-content/uploads/2023/08/01breaking3-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)