ଉମରକୋଟ: ନିର୍ମାଣାଧିନ ସେତୁ ଭୁଶୁଡ଼ିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଜାନୀଗୁଡା-ତାଲାପଦର ମଧ୍ୟରେ ନାଗୀ ନଦୀରେ ସେତୁର ଛାତ ପଡିବା ବେଳେ ଛାତ ଭୁଶୁଡ଼ିବାରୁ ଆଜି ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ମହେନ୍ଦ୍ର ମାଳି (୪୫)। ସେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଆହତମାନେ ହେଲେ ପ୍ରକାଶ କାଣ୍ଡି (୫୦), ରମେଶ ଭୋଇ (୫୦) ଓ ସନ୍ତୋଷ ଭୋଇ (୨୮)।
ସୂଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ଜାନୀଗୁଡ଼ା ଠାରୁ ତାଳପଦର ରାସ୍ତାରେ ନାଗୀ ନଦୀ ଉପରେ ସେତୁ ନିର୍ମାଣ ଚାଲିଥିଲା। ସେତୁର ଛାତ ପକାଇବା ପାଇଁ ଆଜି କାମ ଚାଲିଥିଲା। ସନ୍ଧ୍ୟା ସମୟରେ ଏଠାରେ ଦିଆଯାଇଥିବା ଲୁହା ଭାରା ଦବିଯାଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା। ନବରଂଗପୁର ଜିଲ୍ଲା ରାଇଘର ଅଂଚଳର ମହେନ୍ଦ୍ର ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାର ପ୍ରକାଶ କାଣ୍ଡି, ରମେଶ ଭୋଇ ଓ ସନ୍ତୋଷ ଭୋଇ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେମାନଙ୍କୁ ନବରଂଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ୩ ଜଣ ଶ୍ରମିକ ଭାବେ କାମ କରୁଥିଲେ ଏବଂ ସେମାନଙ୍କର ମୁଣ୍ଡ ଓ ମେରୁଦଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ ଚାଲିଥିଲା। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ସେତୁ ନିର୍ମାଣ ପାଇଁ ୨୪୧.୦୫ ଲକ୍ଷ ଟଙ୍କା ଅଟକଳ ରଖାଯାଇଥିଲା। ବର୍ଷ ୨୦୧୮ ଏପ୍ରିଲ ୧୨ରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ଏବଂ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ୬୫.୨୫ମିଟର ଦୈର୍ଘ୍ୟ ଓ ୮.୪୫ ମିଟର ପ୍ରସ୍ଥ ବିଶିଷ୍ଟ ବ୍ରିଜର କାମ ବିଳମ୍ବ ହୋଇଥିଲା।
/sambad/media/post_attachments/wp-content/uploads/2021/01/umarkot.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bridge-10_thumb.jpg)