କଣ୍ଟାମାଳ : ବାଇକ୍‌ ଉପରକୁ ଡେଇଁଲା ମାଙ୍କଡ଼, ଶାଶୂ ମୃତ, ଜ୍ବାଇଁ ଆହତ

ଘଣ୍ଟାପଡ଼ା : କଣ୍ଟାମାଳ ନିକଟସ୍ଥ ବଡ଼କୁଶଙ୍ଗ ଜଙ୍ଗଲ ରାସ୍ତାରେ ରବିବାର ଏକ ବାଇକ ଦୁର୍ଘଟଣାରେ ଗୁଲାପୀ ପାଣ୍ଡେ (୬୦)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଗଡ଼ିଆଯୋର ଗାଁର ରମାକାନ୍ତ ଦୀପ (୨୮) ଓ ତାଙ୍କ ଶାଶୂ ଗୁଲାପୀ ବାଇକ୍‌ରେ ବ୍ରାହ୍ମଣିପାଲି ଯାଉଥିଲେ। ବଡ଼କୁଶଙ୍ଗ ଜଙ୍ଗଲ ରାସ୍ତାରେ ଏକ ମାଙ୍କଡ଼ ସେମାନଙ୍କ ଉପରକୁ ଡେଇଁ ପଡ଼ିଥିଲା। ଫଳରେ ଉଭୟ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ବାଟରେ ସୋନପୁର ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର