ଚଣ୍ଡିଖୋଲ : ସଡକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଚଣ୍ଡିଖୋଲ : ଆଜି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକଙ୍କର ପରିଚୟ ମିଳିନଥିବା ବେଳେ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୋଲି କୁହାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାଁ ମଣି ଦଳେଇ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଓଡି୨୯ ବି-୦୩୭୮ ନାମକ ଏକ ବାଇକ ଯୋଗେ ଉଭୟ ଯୁବକ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଚଣ୍ଡିଖୋଲ ଅଭିମୁଖେ ଆସୁଥିବାବେଳେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏହି ରାଜପଥର ବାଲିଚନ୍ଦ୍ରପୁର ଥାନାର ଏଣ୍ଡରସନ ବ୍ରିଜ ଉପରେ ଏମାନଙ୍କ ବାଇକ ଦୁର୍ଘଟଣାର ଶିକାର ହୋଇଥିଲା । ଉଭୟଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ଅଜଣା ଯୁବକକୁ ମୃତ୍ୟୁ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର