କଣାସ : ଗଡିଶାଗୋଦା ଥାନା ବକୁଛକଠାରେ ଏକ ଘରେ ବୋମା ଭିଡ଼ାଯିବା ବେଳେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଗୋଟିଏ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ପାଖ ଘରଗୁଡିକର କାନ୍ଥ ଫାଟିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ବିସ୍ଫୋରଣର ଶଦ୍ଦ ଏତେ ପ୍ରଚଣ୍ଡ ଥିଲା ଗାଁ ଲୋକଙ୍କ କାନ ତାବ୍ଦା ହୋଇଯିବା ସହ ସମସ୍ତେ ଭୟାଛନ୍ନ ହୋଇ ଯାଇଥିଲେ। ଜଗନ୍ନାଥ ସଡକ ପାର୍ଶ୍ୱରେ ଥିବା ଏକ ଘରେ ବୋମା ବିସ୍ଫୋରିତ ହୋଇଥିଲା। ସୂଚନା ଅନୁଯାୟୀ, ନିରଂଜନ ଚମ୍ପତ୍ତି (୩୦) ଘରେ ବାଣ ଭିଡୁଥିବା ବେଳେ ହଠାତ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ନିରଂଜନଙ୍କ ସମେତ ଦିଜବର ପ୍ରଧାନ (୫୫) ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଦିଜବର ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା। ନିରଂଜନ ଚମ୍ପତ୍ତିଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଡିଶାଗୋଦା ଥାନା ଅଧିକାରୀ ଓ ପୁରୀରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।
ବିସ୍ଫୋରଣରେ ଉଡ଼ିଗଲା ଘର : ଜଣେ ମୃତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2018/05/KANAS-3.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)