ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ତୁମାଣ୍ତି ପଞ୍ଚାୟତର ନରାଜିପଡ଼ା (ବାଲିସାହି) ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗ୍ରାମର ଭକ୍ତ ଜାନୀ (୪୫) ଓ ନକୁଳ ଜାନୀ (୪୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମାତ୍ର ଭକ୍ତ ଓ ନକୁଳ ସମ୍ପର୍କରେ ଶ୍ବଶୁର ଜ୍ବାଇଁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବାଲିସାହି ଗ୍ରାମରେ ବିଦ୍ୟୁତ୍ ନଥିବା ବେଳେ ଗତ ୫ ଦିନ ତଳେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ୍କରଣ ଯୋଜନାରେ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଭକ୍ତ ଜାନୀଙ୍କ ଦୁଆରେ ଏକ ଶାବଳ ପୋତାଯାଇ ଆର୍ଥିଂ ଦିଆଯାଇଥିଲା। ମାତ୍ର ଆସନ୍ତାକାଲି ଗ୍ରାମରେ ଏକ ଝିଅର ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଭକ୍ତ ଦୁଆରେ ଏକ କାଠରେ ପିଢା ତିଆରି କରୁଥିଲେ। ଏହି ସମୟରେ ନକୁଳ ଛେଳି ଚରାଇ ଫେରିବା ପରେ ଭକ୍ତଙ୍କ ନିକଟରେ ଆସି ବସିଥିଲେ। ଦୁଆରେ ପୋତାଯାଇଥିବା ଶାବଳରେ ଆର୍ଥିଂ ପରିବର୍ତ୍ତେ ବିଦ୍ୟୁତ୍ ସଂଯୋଗ ହୋଇ ଯାଇଥିବା ବେଳେ ଅସାବଧାନତାବଶତଃ ଭକ୍ତ ଶାବଳ ସହିତ ଲାଗି ଯାଇଥିଲେ। ହଠାତ୍ ସେ ତଳେ ପଡ଼ିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନକୁଳ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଉଭୟ ଛଟପଟ ହେଉଥିବା ଦେଖି ଘରେ ଥିବା ବୁଢି ମାଆ ଗାଁ ଭିତରକୁ ଧାଇଁ ଯାଇ କିଛି ବ୍ୟକ୍ତିଙ୍କୁ ଡାକି ଆଣିଥିଲେ। ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ବିଦ୍ୟୁତ୍ ଆଘାତ୍ରେ ଶ୍ବଶୁର-ଜ୍ବାଇଁ ମୃତ
/sambad/media/post_attachments/wp-content/uploads/2019/05/Earthing-System.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)