ମେସ୍କୋ ଷ୍ଟିଲ୍‌ରେ ଦୁର୍ଘଟଣା : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ମେସ୍କୋ ଷ୍ଟିଲ୍‌ କାରଖାନା ପରିସରରେ ଆଜି ପୂର୍ବାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। କ୍ରେନ୍‌ ଆଘାତରେ ଜଣେ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକ ଜଖମ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି କାରଖାନା ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କଂପାନି କର୍ତୃପକ୍ଷଙ୍କ ସହ ଆଲୋଚନା ପରେ ଉତ୍ତେଜନା ଥମିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍‌ଣରେ କାରଖାନାର ପିସିଏମ୍‌ ସାଇଡ୍‌ରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଉରାଲ ଗ୍ରାମର ନରେନ୍ଦ୍ର ବେହେରାଙ୍କ ପୁଅ ସ୍ମୃତିରଂଜନ (୩୨) କାମ କରୁଥିଲେ। ଏହି ସମୟରେ ୨୦ ଫୁଟ୍‌ ଉପରେ ଥିବା କ୍ରେନ୍‌ଟି ହଠାତ୍‌ ଚାଲୁ ହୋଇ ଯାଇଥିଲା। ଫଳରେ କ୍ରେନ ମାଡ଼ରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଟାଟା ମେଡିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ସାଇଡ୍‌ରେ କାମ କରୁଥିବା ଘଷିପୁରା ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମର ଅନିଲ କୁମାର (୨୭)ଙ୍କ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର