ତେଲକୋଇ: ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ଭିକାରି ପ୍ରଧାନ (୫୦)ଙ୍କ ମୃତ୍ୟୁ ଘଟିଛି। କାର୍ ଚାଳକଙ୍କ ସମେତ ଦୁଇଜଣ ଆହତ ହୋଇଛନ୍ତି। ଗତକାଲି ଏକ କାର୍ ଯୋଗେ ଭିକାରି ତାଙ୍କ ଝିଅ ଓ ଜଣେ ସମ୍ପର୍କୀୟ ମହିଳା ଭୁବନେଶ୍ବର ଯାଉଥିଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଭାଲୁମୁଣ୍ଡାଠାରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବଡ଼ପଥରରେ ପିଟି ହୋଇଥିଲା। ଭିକାରିଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପର୍କୀୟ ମହିଳାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ କାର୍ ଚାଳକ ମଧ୍ୟ ଆହତ ହୋଇଛନ୍ତି। ଏନେଇ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିଛି। ଗାଁରେ ଶୋକାକୁଳ ପରିବେଶରେ ଭିକାରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-new-indian-express.jpg)