ଟ୍ରକ ଧକ୍କାରେ ଜଣେ ମୃତ

ଜଗମୋହନପୁର: ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତ ଭାଡ଼ିମରା ଛକରେ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରୁଗୁଡ଼ିହି ଗ୍ରାମର ଶୁକଦେବ ପଧାନ (୫୫)। ଶୁକଦେବ ଆଜି ପୂର୍ବାହ୍ନ ସାଢ଼େ୧୦ଟା ବ‌େଳେ ସଲେଇକେନାର ପିଡିଏସ୍‌ ଚାଉଳ ନେଇ ନିଜ ଘରକୁ ଫେରୁଥିଲେ। ଭାଡ଼ିମରା ଛକରେ ଏକ ଟ୍ରକ୍‌ ଧକ୍କା ଦେଇ ଫେରାର ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ତେଲକୋଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶୁକଦେବଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ଦୁଇଛୁଆ ଅସହାୟ ହୋଇପଡ଼ିଛନ୍ତି। ସ୍ଥାନୀୟ ସରପଞ୍ଚ ପାଙ୍ଗେଲା ମୁଣ୍ଡା ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର