ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଫାଣ୍ଡି ଅଧୀନ କୁହିବାହାଲ- ସିଆଲି ଜଙ୍ଗଲ ରାସ୍ତା ଅମାମୁଣ୍ଡା ଛକ ନିକଟରେ ଶୁକ୍ରବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସୋନପୁର ବ୍ଲକ୍ ଖଲିଆପାଲି ଗ୍ରାମର ବିଶ୍ବମ୍ଭର ବଗର୍ତ୍ତିଙ୍କ ମୃତ୍ୟୁ ଘଟିଛି। ଖଲିଆପାଲି କେନ୍ଦୁପତ୍ର ରେଞ୍ଜ୍ର ହେଡ୍ଚେକର ଭାବେ କାର୍ଯ୍ୟ କରୁଥିବା ବିଶ୍ବମ୍ଭର ଶଙ୍କରା ଗାଁର ଫଡ଼ିରୁ କାର୍ଯ୍ୟସାରି ଘରକୁ ଫେରୁଥିଲେ। ଅମାମୁଣ୍ଡା ଛକରେ ସାମନା ପଟୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା। ଏଥିରେ ଉଭୟ ଛିଟିକି ପଡ଼ିଥିଲେ। ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡାକିବା ସହ ପୁଲିସକୁ ଖବର ଦେଇଥିଲେ।
ବିଶ୍ବମ୍ଭରଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲଛିପୁର ଫାଣ୍ଡି ଏଏସ୍ଆଇ ବିନିକା ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଉଭୟ ବାଇକ୍କୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)