ବିନିକା: ବିନିକା ଥାନା ଅନ୍ତର୍ଗତ ବିଶାଳପାଲି ଛକ ବୁଲାଣିରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।
ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ଧମା ଥାନା ଦଶପୁର ଗ୍ରାମର ମହେନ୍ଦ୍ର ତରିଆ ଓ ଯୁଯୁମୁରା ବ୍ଲକ୍ ରାମ ବଡ଼ମାଲ ଗ୍ରାମର ମହେନ୍ଦ୍ର ମିର୍ଦ୍ଧା ବିନିକା ଥାନା ମଣିଗାଁକୁ ଝିଅ ଛାଡ଼ିବାକୁ ଦଶପୁର ଗ୍ରାମରୁ ଏକ ବାଇକ୍ରେ ଆସୁଥିବା ବେଳେ ବିଶାଲପାଲି ଛକ ବୁଲାଣିରେ ବାଇକ୍ଟି ଭାରସାମ୍ୟ ହରାଇ ପୋଲରେ ବାଡ଼େଇ ହୋଇଥିଲା। ଫଳରେ ଘଟଣାସ୍ଥଳରେ ମହେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମହେନ୍ଦ୍ର ତରିଆ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ବିନିକା ଆଇଆଇସି ପବିତ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇ ଡାକ୍ତରଖାନାକୁ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d4638b6116433d3c537d0c637380c3b-750x430-1.jpg)