ଗାନ୍ଧିଛକ/ଦରଡ଼ା : ଅପରାଧୀ କେତେ ଭୟଶୂନ୍ୟ ହୋଇପାରନ୍ତି, ତା’ର ଏକ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ସାର୍ଥା ବଜାରରେ। ସିଗାରେଟ୍ ବାବଦକୁ ମାତ୍ର ଟଙ୍କାଏ ମାଗିବାରୁ କିଛି ଯୁବକ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆଉ ଭାଇକୁ ବଞ୍ଚାଇବାକୁ ଯାଇ ଅପରାଧୀଙ୍କ ହାତରେ ପ୍ରାଣ ହରାଇଛନ୍ତି ଦୋକାନୀଙ୍କ ଭାଇ। ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ବସ୍ତା ଥାନା ସୋଲପଟା ଅଞ୍ଚଳର ୪ ଜଣ ଯୁବକ ନିଶାରେ ଚୁର୍ ହୋଇ ଶ୍ରୀକାନ୍ତ ପାତ୍ରଙ୍କ ଦୋକାନରେ ପହଞ୍ଚିଥିଲେ। ସିଗାରେଟ୍ ବାବଦକୁ ଟଙ୍କାଏ କମ ଦେବାରୁ ଶ୍ରୀକାନ୍ତ ପ୍ରତିବାଦ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ପରେ ଯୁବକମାନେ ହଠାତ ଆକ୍ରମଣ କରିଥିଲେ। ଶ୍ରୀକାନ୍ତଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ପାଇ ତାଙ୍କ ଭାଇ ସୁବାସ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ହେଲେ ତାଙ୍କୁ ମଧ୍ୟ ଛାଡ଼ିନଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଦରମରା ହୋଇ ସୁବାସ ତଳେ ପଡ଼ିଯିବାରୁ ଅଭିଯୁକ୍ତ ୪ ଯୁବକ ଓଡି୦୧ଏଇ ୭୧୭୧ ନମ୍ବର କାର୍ରେ ସେଠାରୁ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ। ଅଭିଯୁକ୍ତମାନଙ୍କୁ କାବୁ କରି ନିର୍ଧୁମ ଛେଚିବା ପରେ ସାର୍ଥା ଫାଣ୍ଡି ଜିମା ଦେଇଥିଲେ। ଗୁରୁତର ଆହତ ସୁବାସଙ୍କର ଆଜି ବାଲେଶ୍ବର ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ସେପଟେ ୨ ଅଭିଯୁକ୍ତ ମଧ୍ୟ ଆହତ ହୋଇ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।
ଟଙ୍କାଏ ପାଇଁ ହତ୍ୟା : ସିଗାରେଟ୍ ବାବଦକୁ ମାତ୍ର ଟଙ୍କାଏ ମାଗିବାରୁ ଯୁବକମାନଙ୍କ ଆକ୍ରମଣରେ ଜଣେ ମୃତ
/sambad/media/post_attachments/wp-content/uploads/2019/08/group-clash-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)