ସମ୍ବଲପୁର, : ଟ୍ରେନ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରେଙ୍ଗାଲି ଗଣେଶ ନଗରର ଏମ୍‌ ରାଜାରାଓ(୬୫)। ଗୁରୁବାର ଅପରାହ୍ନ ୪ଟା ସମୟରେ ରେଳ ଧାରଣା ପାର୍‌ ହେଉଥିବା ବେଳେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଏ ନେଇ ସୂଚନା ପାଇବା ପରେ ସମ୍ବଲପୁର ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।