ଟ୍ରକ ପଛରେ ପିଟି ହେଲା ବାଇକ୍, ଜଣେ ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବଥର୍ଲା ଛକରେ ଶନିବାର ରାତିରେ ଅଟକି ରହିଥିବା ଏକ ଟ୍ରକ୍‌କୁ ଏକ ବାଇକ୍‌ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଟିକପାଲିର ଚୈତନ୍ୟ ବାରଲେବଡ଼ିଆ ହୋଇଥିବା ବେଳେ ଗୁରୁତର ଦୁଇ ଜଣ ହେଲେ ଭାଟିଶାଳପଡ଼ାର ଗୁରୁବାରୁ ଠେଲା ଓ କାଦୋପଡ଼ାର ଟାଇଗର ଷଣ୍ଢ। ଶନିବାର ରାତିରେ ଏକ ଟ୍ରକ୍‌ ବଥର୍ଲା ଛକ ନିକଟରେ ଅଟକିଥିଲା। ଏହି ସମୟରେ ବାଇକ୍‌ (ଓଡି ୦୩ଆର୍‌-୭୯୨୬)ରେ ଆସୁଥିବା ଚୈତନ୍ୟ, ଗୁରୁବାରୁ ଓ ଟାଇଗର୍‌ ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଚୈତନ୍ୟଙ୍କୁ ଡାକ୍ତର ମୃତ ଘାଷଣା କରିଥିଲେ।

ସମ୍ବନ୍ଧିତ ଖବର