ସୋନପୁର/ଖାରି: ସୋମବାର ସନ୍ଧ୍ୟାରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ରେ ଥିବା ଜଣକ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରାବଡ଼ି ଗ୍ରାମର ଅଶୋକ ବନଛୋର (୩୦), ଉତ୍ତମ ହାତୀ (୩୦) ଏବଂ କୃଷ୍ଣଚନ୍ଦ୍ର କର୍ଣ୍ଣ (୩୨) ହରଡ଼ଖୋଲରୁ କାମ ସାରି ଏକ ବାଇକରେ ଘରକୁ ଫେରୁଥିଲେ।

Advertisment

୫୭ ନମ୍ବର ସୋନପୁର- ବଲାଙ୍ଗୀର ଜାତୀୟ ରାଜପଥ କୁଲିପାଲି ଛକ ନିକଟରେ ଅପର ପାର୍ଶ୍ବରୁ ଆସୁଥିବା ଏକ କାର ଉକ୍ତ ବାଇକକୁ ପିଟିବା ଫଳରେ ୩ ଜଣ ବାଇକ ଆରୋହୀ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅଶୋକଙ୍କୁ ଡାକ୍ତର ସେଠା‌ରେ ମୃତ ଘୋଷଣା କରିଥିଲେ। ଆହତ ଉତ୍ତମ ଏବଂ କୃଷ୍ଣଚନ୍ଦ୍ର ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ଘଟାଇ କାର୍‌ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।