ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା କୋଲବସା ପଞ୍ଚାୟତ ଅନ୍ତର୍ଗତ ଜରିତଇଲା ଗ୍ରାମର ଟାୱ।ର ନିକଟସ୍ଥ ରାସ୍ତା କଡରେ ଶୁକ୍ରବାର ସନ୍ଧ୍ୟାରେ ତାସ୍ ଖେଳୁଥିବା ବେଳେ ଏକ ଅଟୋ ଚଢେଇ ଦେଇ ଘଟଣା ସ୍ଥଳରୁ ଫେରାର୍ ମାରି ଥିଲା। ତାସ୍ ଖେଳୁ ଥିବା ଚାରି ଜଣରୁ ତିନି ଜଣ ଛିଟିକି ହୋଇ ପଡିଥିଲେ। ସେମାନେ ହେଲେ ସେହି ଗ୍ରାମର ଯୋଗେଶ୍ବର ବେହେରା (୫୦), ଗୌରଙ୍ଗ ଅଦାବର (୪୫), ଲକ୍ଷ୍ମଣ ବେହେରା(୪୫) । ଘଟଣାସ୍ଥଳରେ ଏହି ତିନି ଜଣ ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ସେମାନଙ୍କ ସହ ତାସ୍ ଖେଳୁଥିବା ଅନ୍ୟ ସାଥୀ ଖେଳାଳୀ ସେହି ଗ୍ରାମର ଦୟା କିସାନ।ତାର କିଛି କ୍ଷତି ହୋଇ ନାହିଁ।ସେ ଚିତ୍କାର କରିବାରୁ କିଛି ସ୍ଥାନୀୟ ଲୋକ ଆସି ଉଦ୍ଧାର କରିଥିଲେ । ପରିବାରକୁ ଜଣାଇ ଆମ୍ବୁଲାନ୍ସକୁ ଫୋନ କରିଥିଲେ।ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଡାକ୍ତର ଯୋଗେଶ୍ବରକୁ ମୃତ ଘୋଷଣା କରିଥିଲେ। ସାଙ୍ଘାତିକ ଗୁରୁତର ଥିବା ଗୌରଙ୍ଗ ଓ ଲକ୍ଷ୍ମଣକୁ ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ରିଆମାଳ ଥାନା ପୁଲିସ ଶବକୁ ଜବତ କରିବା ସହ ଦୂର୍ଘଟଣା ଘଟାଇ ଫେରାର୍ ମାରିଥିବା ଟେମ୍ପୁକୁ ଡେଙ୍ଗସର୍ଗୀ ଓ ଗଦଗଦା ରାସ୍ତାର ଏକ ଜଙ୍ଗଲରୁ ଜବତ କରିଛି।ଚାଳକ ଜଣଙ୍କ ଏହି ଜଙ୍ଗଲରେ ଛାଡି ଫେରାର ମାରିଛି । ଏହି ଖବର ଚାରି ଶୋକର ଛାୟା ଖେଳିଯାଇଛୀ।
ତାସ୍ ଖେଳୁଥିବା ବେଳେ ଅଟୋ ଚଢେଇ ଦେଇ ଚାଳକ ଫେରାର୍; ଜଣେ ମୃତ, ଦୁଇ ଗୁରୁତର
/sambad/media/post_attachments/wp-content/uploads/2022/06/dead-final.jpg)