ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା-ରାମପୁର ମୁଖ୍ୟ ରାସ୍ତା ଉମାବିଷ୍ଣୁ ରାଇସମିଲ୍‌ ପାଖରେ ବାଇକ୍‌କୁ ଏକ ଟ୍ରକ୍ (ଡବ୍ଲୁବି ୧୧ଡି ୨୮୬୬) ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।

Advertisment

ବିନିକା ଥାନା ସିନ୍ଦୂରପୁର ପଞ୍ଚାୟତ ଚେରୁପାଲି ଗାଁର ଜୟଦେବ ଭୁଏ (୩୫ବର୍ଷ) ଓ ହେମସାଗର ଭୁଏ ବାଇକ୍‌ (ଓଡି ୩୧ ଜେ ୨୦୭୯)ରେ ଏକ ବାହାଘରକୁ ଯୋଗଦେବାକୁ ଯାଉଥିଲେ। ଉମାବିଷ୍ଣୁ ରାଇସମିଲ ପାଖରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଉଭୟ ତଳେ ପଡ଼ିଯିବାରୁ ଜୟଦେବଙ୍କ ଉପରେ ଟ୍ରକ୍‌ଟି ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ଜୟଦେବଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ବିନିକା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଜୟଦେବଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହେମସାଗର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ଡାକ୍ତରଖାନାରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣାସ୍ଥଳରୁ ଟ୍ରକ୍ ଓ ବଇକ୍‌କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ।