ଟାଟା ସବାରୀ ସହ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ବୈପାରିଗୁଡା: ଟାଟା ସବାରୀ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ପଞ୍ଚାୟତର କାନ୍ଦିଲିବେଡାର ବସନ୍ତ କୁମାର ପଣ୍ଡାଙ୍କ ପୁଅ ପ୍ରଶାନ୍ତ କୁମାର ପଣ୍ଡା (୩୦) ନିଜର ଜଣେ ବନ୍ଧୁଙ୍କ ସହ କୈାଣସି କାମରେ (ଓଡି ୧୦ ଏ ୬୬୧୪) ନମ୍ବର ବିଶିଷ୍ଟ ନିଜ ବାଇକ୍ ଯୋଗେ କୁନ୍ଦୁରା ଯାଇ କୁନ୍ଦୁରା ଯାଇ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଚେରକା ନିକଟସ୍ଥ ହାଟଗୁଡା ନାଳରେ ଗୋଟିଏ ଟାଟା ସବାରୀ (ଓଆର୍ ୧୦ ଏଚ୍ ୨୭୦୩)କୁ ଗାଡ଼ିର ଡ୍ରାଇଭର ଏବଂ ହେଲପର୍ ଗାଡ଼ିକୁ ଧୋଉଥିଲେ। ଧୋଇ ସାରିବା ପରେ ଗାଡ଼ିର ହେଲପର୍ ଗାଡ଼ିକୁ ଷ୍ଟାର୍ଟ କରି କରି ଆଗକୁ ବଢେଇବା ବେଳେ ପ୍ରଶାନ୍ତଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ତେବେ ପରସ୍ପର ଧକ୍କା ହେବା ପରେ ବାଇକ୍ ସହ ପ୍ରଶାନ୍ତ ଏବଂ ତାଙ୍କ ବନ୍ଧୁ ରାସ୍ତା କଡ଼ରେ ଖାଲ ଭିତରକୁ ଖସି ପଡ଼ିଲେ ଏବଂ ସବାରୀ ମଧ୍ୟ ଖସିପଡ଼ି ସେମାନଙ୍କ ଉପରେ ଚାପି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଏକ ବୋଲେରୋ ଯୋଗେ ବୈପାରିଗୁଡା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ। ପ୍ରଶାନ୍ତଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ବନ୍ଧୁ ଗାଡ଼ିରୁ ଛିଟିକି ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାମଗିରି ଫାଣ୍ଡି ଏଏସ୍ଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର