ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁର-ଲାଞ୍ଜିଗଡ ମୁଖ୍ୟ ରାସ୍ତାର ଧଅଁଡାଭଟା ନିକଟରେ ଗତ ଶୁକ୍ରବାର ଟ୍ରକ ଓ ବାଇକ୍ ଧକାରେ ଜୁନାଗଡ ବ୍ଳକ ମାଲିଗୁଡା ଗାଁର ଲଳିତ ମହଜାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଦିନ ୧୦ଟା ସମୟରେ ଏହି ରାସ୍ତାରେ ପୁଣି ଦୁର୍ଘଟଣା ଘଟିଛି। ଏଥିରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଦୀପକ ଗୁପ୍ତା।

Advertisment

ସୂଚନା ଅନୁସାରେ ଲାଞ୍ଜିଗଡ଼ରୁ ବିଶ୍ବନାଥପୁରକୁ ସଂଯୋଗ କରୁଥିବା ରାସ୍ତାର ଭାଟଗୁଡ଼ା ନିକଟରେ ଏକ ସ୍କୁଟି ଓ ଟିଭିଏସ୍ ଆପାଚି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମ୍ରୁତ ସ୍କୁଟି ଚାଳକ ଲାଞ୍ଜିଗଡ଼ର କପଡ଼ା ବ୍ୟବସାୟୀ ଦୀପକ କୁମାର ଗୁପ୍ତା ବୋଲି ଜଣାପଡ଼ିଛି। ସେ ପୂର୍ବରୁ ଲାଞ୍ଜିଗଡରେ ଭାଇ ଅରବିନ୍ଦ ଗୁପ୍ତାଙ୍କ ସହିତ ମିଶି କି ରହୁଥିଲେ। ବର୍ତ୍ତମାନ ମୁନିଗୁଡା, ଅମ୍ବାଦଳା ଓ ଲାଞ୍ଜିଗଡରେ ତିନୋଟି ଦୋକାନ ଖୋଲିଥିଲେ। ବର୍ତ୍ତମାନ ସେ ପରିବାର ସହିତ ମୁନିଗୁଡାରେ ରହୁଥିବାବେଳେ ଆଜି ଅମ୍ବାଦଳାରୁ ବାହାରି ଲାଞ୍ଜିଗଡ ଯାଇ ସେଠାରେ ଥିବା ନିଜ କପଡା ଦୋକାନରେ କିଛି ସମୟ ବସି ପୁଣି ଅମ୍ବାଦଳା ଫେରିବା ବାଟରେ ଲାଞ୍ଜିଗଡ-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ଭାଟଗୁଡା ବ୍ରିଜ ନିକଟସ୍ଥ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍(ଓଡ଼ି-୦୮ ଆର-୬୪୦୦) ସହ ଧକ୍କା ଦେଇଥିଲା। ଫଳରେ ଦୀପକ ଗୁରୁତର ହୋଇ ପଡ଼ିଥିଲେ।

publive-image

ଖବର ପାଇ ଘଟଣା ସ୍ଥଳରେ ଭାଇ ଅରବିନ୍ଦ ଓ ଲାଞ୍ଜି ବ୍ୟବସାୟୀ ବୃନ୍ଦ ପହଞ୍ଚି ତାଙ୍କୁ ଘଟଣାସ୍ଥଳରୁ ଲାଞ୍ଜିଗଡ ମେଡ଼ିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆପାଚିରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ମଧ୍ୟ ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ ‌କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ଲାଞ୍ଜିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଦୀପକ ଗୁପ୍ତା ଜଣେ ଅତ୍ୟନ୍ତ ସରଳ ସ୍ୱଭାବ ଓ ମେଳାପୀ ଥିଲେ ଓ ସମସ୍ତଙ୍କ ସହ ସୁସମ୍ପର୍କ ରଖି ମିଷ୍ଟାଭାସି ଥିଲା। ତାଙ୍କ ମୃତ୍ୟୁ ରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।