୨ ବାଇକ ମୁହାଁମୁହିଁ; ଜଣେ ମୃତ,୨ ଆହତ

ମାଲକାନଗିରି: କୋରକୋଣ୍ଡା ଥାନା ଅନ୍ତର୍ଗତ ବାଲିମେଳା ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। କୋରକୋଣ୍ଡା ଥାନା ଆଇଆଇସି ହିମାଂଶୁ ଶେଖର ବାରିକଙ୍କ କହିବା ଅନୁଯାୟୀ ଗତକାଲି ରାତିରେ କୋରକୋଣ୍ଡାରୁ ତାର୍ଲାକୋଟା ଅଭିମୁଖେ ଯାଉଥିବା ବାଇକରେ ଭାସ୍କର ପଡିଆମି ଏବଂ କାବୁଲ ବାର୍ସେ ଯାଉଥିବା ବେଳେ ବାଲିମେଳା ପଟରୁ ଆସୁଥିବା ବାଇକରେ କୈଳାଶ ଗୌଡ଼ ନାମକ ବ୍ୟକ୍ତି ଆସୁଥିଲେ।ତେବେ ଦୁଇଟି ଯାକ ବାଇକ କ୍ଷୀପ୍ର ଗତିରେ ଆସୁଥିବା ବେଳେ ବାଲିମେଳା ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଭାସ୍କର ପଡିଆମି ଗୁରୁତର ଆହତ ହୋଇଥିଲେ। ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଥିଲେ।ତେବେ ତିନି ଜଣକୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଭାସ୍କର ପଡିଆମି ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ମେଡିକାଲରେ ଡାକ୍ତର ଭାସ୍କରକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ମାଲକାନଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ମୃତ ଭାସ୍କରର ଶବ ବ୍ୟବଛେଦ କରାଇଛି। ଏହି ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର