ବୌଦ୍ଧ: ଏକ ବୋଲେରୋ ପିକ୍-ଅପ୍ ଭ୍ୟାନ ଶୁକ୍ରବାର ଅପରାହ୍ଣ ୪ଟା ସମୟରେ ଚମ୍ପାପୁର ଗ୍ରାମର ପୁରୁଷୋତ୍ତମ ମେହେରଙ୍କୁ ଧକ୍କା ଦେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଅପରାହ୍ଣ ପ୍ରାୟ ୧ଟାରେ ଗ୍ରାମର ଲୋକମାନେ ଶବ ରଖି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।
ପ୍ରାୟ ଏକ ଘଣ୍ଟା ରାସ୍ତା ଅବରୋଧ ରହିବା ଯୋଗୁଁ ଯାତାୟାତ ଠପ ହୋଇ ଯାଇଥିଲା। ବୌଦ୍ଧ ସଦର ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat.jpg)