ସମ୍ବଲପୁର: ହାତୀ ଭୟରେ ଦୌଡୁଥିଲେ ବୃଦ୍ଧ, ଝୁଣ୍ଟି ପଡ଼ିବାରୁ ମୃତ୍ୟୁ

ସମ୍ବଲପୁର/ଭୁବନେଶ୍ୱର: ହାତୀ ଭୟରେ ଜୀବନ ବଂଚାଇବା ପାଇଁ ଦୌଡୁଥିବା ବେଳେ ମଙ୍ଗଳବାର ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଜୀବନ ଯାଇଛି। ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ଅନ୍ତର୍ଗତ ପଡିଆବାହାଲ ବନଖଣ୍ଡ ଅଂଚଳରେ ଏହି ଘଟଣା ଆଜି ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଭଣ୍ଡାରୀମାଳ ଗ୍ରାମର ରାଜେନ୍ଦ୍ର ବାରିକ ଆଜି ସକାଳେ ନିଜ ଗ୍ରାମର ଅନ୍ୟ ଲୋକଙ୍କର ସହିତ ଜାଲେଣି ପାଇଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରେ ଏକ ଦନ୍ତା ହାତୀ ବୁଲୁଥିଲା। ଅଚାନକ ହାତୀକୁ ଦେଖି ସେ ଭୟଭୀତ ହୋଇ ଯାଇଥିଲେ। ଏହା ପରେ ସେ ଜୀବନ ବଂଚାଇବା ପାଇଁ ଦୌଡିଥିଲେ। ଏତିକି ବେଳେ ସେ ତଳେ ପଡ଼ି ଯାଇଥିଲେ।

ଗୁରୁତର ଭାବେ ଆହତ ହେବା ପରେ ସାଥୀରେ ଥିବା ଲୋକମାନେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ନେଇ ଯାଇଥିଲେ। ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। କୁସଟିକିରି ଗାଁରେ ହାତୀ ଆକ୍ରମଣରେ ଶୁକ ଖଣ୍ଡେଇ ଓରଫ ଖୁକା (୪୫) ନାମକ ଜଣେ ଲୋକର ମୃତ୍ୟୁ ଘଟିଛି। ଶୁକ ଖଣ୍ଡେଇ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ସେ ନିକଟସ୍ଥ ସାଳନ୍ଦୀ ନଦୀକୁ ଶୌଚ ପାଇଁ ଯାଉଥିଲେ।

ସମ୍ବନ୍ଧିତ ଖବର