ଆନ୍ଥ୍ରାକ୍ସ ଆତଙ୍କ, ଜଣେ ମୃତ

ଟିକିରି : ରାୟଗଡା ଜିଲ୍ଲାର ସମସ୍ୟା ବହୁଳ କାଶୀପୁର ବ୍ଲକରେ ପୁଣି ଆନ୍ଥ୍ରାକ୍ସ ଆତଙ୍କ ଦେଖାଦେଇଛି। ବ୍ଲକର ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ମହାଲିଙ୍ଗଗୁଡା ଗ୍ରାମର ଜଣେ ବ୍ୟକ୍ତି ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ସେହିପରି ଗ୍ରାମର କିଛି ଗାଈଗୋରୁଙ୍କ ମଧ୍ୟରେ ଆନ୍ଥ୍ରାକ୍ସରେ ମୃତ୍ୟୁ ଘଟିଛି। ଖବର ପାଇ ଗତ ୨ଦିନ ତଳେ କୋରାପୁଟର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ମହାଲିଙ୍ଗଗୁଡା ଗାଁ ଗସ୍ତ କରି ପିଇବା ପାଣି ଓ ଗୋରୁ ଗୁହାଳର ମାଟି ନମୁନା ପରୀକ୍ଷା ପାଇଁ ନେଇଛନ୍ତି।

ସମ୍ବନ୍ଧିତ ଖବର