ଯାଜପୁର : ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ କପାଷ୍ଟିକିରୀ ଗ୍ରାମରେ ବୁଧବାର ସକାଳୁ ଜମିବାଡ଼ି ବିବାଦରୁ ନିଜ ଭାଉଜଙ୍କ ଜୀବନ ନେଇଯାଇଛି ଦିଅର। କୁରାଢ଼ିରେ ବେକକୁ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ପୁଲିସ ପରେ ଅଭିଯୁକ୍ତକୁ ଅଟକ ରଖିଛି।

Advertisment

ମୃତ ମହିଳା ହେଲେ କପାଷ୍ଟିକିରୀ ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନିତା ନାୟକ (୫୫)। ସେ ସକାଳୁ ଉଠି ଘର ଦାଣ୍ତ ଝାଡ଼ୁ କରୁଥିବା ବେଳେ ହଠାତ୍ ପଛପଟୁ ତାଙ୍କର ଦିଅର ଜୟନ୍ତ ନାୟକ ଆସି ଅତର୍କିତ ଆକ୍ରମଣ କରିଥିଲା। ଅନିତାଙ୍କ ପାଟିରେ ହାତ ଦେଇ ତାଙ୍କୁ ଘର ଭିତରକୁ ଟେକିନେଇ ଯାଇଥିଲା। ଘର ଭିତରେ ତାର ସ୍ତ୍ରୀ ମାନ ନାୟକଙ୍କ ସହାୟତାରେ ଅନିତାଙ୍କ ତଣ୍ଟି କାଟି ହତ୍ୟା କରିଥିଲା। ଘଟଣାସ୍ଥଳରେ ଅନିତାଙ୍କ ମୃତ୍ୟୁ ହେବା ପରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ସ୍ବାମୀସ୍ତ୍ରୀ ଦୁହେଁ ଘୋଷାରି ଆଣି ଦାଣ୍ଡରେ ପକାଇ ଦେଇଥିଲେ। ଘର ପଛପଟ କବାଟ ଖୋଲି ତାଙ୍କ ପୁଅଝିଅଙ୍କୁ ନେଇ ସେଠାରୁ ସମସ୍ତେ ଫେରାର ହୋଇଯାଇଥିଲେ। ଅନିତାଙ୍କ ପୁଅ ଲକ୍ଷ୍ମୀଧର ଅଭିଯୋଗକୁ ଭିତ୍ତି କରି ବୈରୀ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜୟନ୍ତ ଓ ତାର ସ୍ତ୍ରୀ ମାନ ନାୟକଙ୍କୁ ପୁଲିସ୍‌ ଖୋଜୁଛି।