ନାକଟିଦେଉଳ : ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢ଼ିପ- ମାନେଶ୍ୱର ରାସ୍ତାର ଡୁମାମହୁଲ ନିକଟରେ ଗୁରୁବାର ଅପରାହ୍‌ଣ ପ୍ରାୟ ୩ଟା ବେଳେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗୋଟିଏ ବାଇକ୍‌ର ଚାଳକ ନାକଟିଦେଉଳ ଥାନା ଅନ୍ତର୍ଗତ ସରାପାଲି ଗ୍ରାମର ଜିତେନ୍ଦ୍ରିୟ ପ୍ରଧାନ(୪୭)ଙ୍କ ମୃତ୍ୟୁ ଘଟିଛି। ସେ ନିଜ ଗାଁକୁ ବାଇକରେ ଆସୁ ଥିବା ବେଳେ ଅନ୍ୟ ବାଇକ ସହ ଡୁମାମହୁଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରି ବୁର୍ଲା ଭିମସାରକୁ ନେଉ ଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ବାଇକ ଚାଳକ ସାମାନ୍ୟ ଆହତ ଥିବା ଜଣାଯାଇଛି।