ଝାରସୁଗୁଡ଼ା/ବେଲପାହାଡ଼ : ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଝାରସୁଗୁଡ଼ା ଜିଲ୍ଲା ବେଲପାହଡ଼ ଥାନା ଛୁଆଳିବେର୍ଣ୍ଣା-ମିର୍ଦ୍ଧାଡେରା ମଧ୍ୟରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। କାରଖାନାରେ କାର୍ଯ୍ୟ କରୁଥିବା ବେଲପାହଡ଼ ପୌରାଞ୍ଚଳ ଜୁନାଡିହି ଗାଁର ସୁଶାନ୍ତ ଧୁରୁଆ (୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସୁଶାନ୍ତଙ୍କ ଗୋଟିଏ ପାଦ ଘଟଣାସ୍ଥଳ ଠାରୁ ପ୍ରାୟ ୨ ଶହ ମିଟର ଦୂରରେ ଯାଇ ପଡ଼ିଥିଲା। ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି କାରଖାନାରେ ଆହୁରି ୪ ଯୁବତୀ କାର୍ଯ୍ୟ କରୁଥିବା ବେଳେ ସେମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଜଣେ ଯୁବକ ଦିବାକର ବାରିକ ଅଳ୍ପ ଦୂରରେ ଘାସ କାଟୁଥିଲେ। ଏହି ଘଟଣାରେ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଶତାଧିକ ଉତ୍ତ୍ୟକ୍ତ ଲୋକେ କାରଖାନା ପରିସରରେ ରୁଣ୍ଡ ହୋଇଥିଲେ। ସଂଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ଆଲୋଚନା ଜାରି ରହିଥିଲା। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଶବକୁ ରଖାଯାଇଥିଲା। ବିସ୍ଫୋରଣର ସଠିକ୍ କାରଣ ଜଣାପଡ଼ିନାହିଁ। ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେଲପାହାଡ଼ ପୁଲିସ୍ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/SBPHO29-Belpahad.jpg)