ବୋଲେରୋ ଧକ୍କାରେ ଜଣେ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିକଟସ୍ଥ ଝାରବେଡ଼ାରେ ବୋଲେରୋ- ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ବାଇକ ଆରୋହୀ ହେଲେ ପାଟଣା ଥାନା ଗୋରାଣ୍ଡିଯୋଡ଼ି ଗ୍ରାମର ସୁରେନ୍ଦ୍ର ଦଳେଇ(୫୫) । ସେ ବାଇକରେ କରଞ୍ଜିଆ ଅଭିମୁଖେ ଯାଉଥିଲା ବେଳେ ଅପରପକ୍ଷରୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ନିଆଯାଇଥିଲାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏ ନେଇ ତୁରୁମୁଙ୍ଗା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ଥାନା ଅଧିକାରୀ ମଦନ ମୋହନ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର