ପୁରୀ : ଟାଉନ ଥାନା ଅନ୍ତର୍ଗତ କାଳିକାଦେବୀ ସାହିର ଗଛକାଳି ଲେନ୍ରେ ଜଣେ ଆଂଶିକ ଅନ୍ଧ ବ୍ୟକ୍ତିଙ୍କୁ ଏକ ଷଣ୍ଢ ଟେକି କଚାଡ଼ି ମାରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ନେବାରେ ଜଣାପଡ଼ିଛି ଯେ ଗଛକାଳି ଲେନ୍ସ୍ଥିତ ମ୍ୟୁନିସପାଲ ହାଇ ସ୍କୁଲ ସମ୍ମୁଖ ରାସ୍ତାରେ ସେହି ଅଞ୍ଚଳର ଆଂଶିକ ଅନ୍ଧ ଯୁବକ ପ୍ରଶାନ୍ତ ବେହେରା(୪୨) ତାଙ୍କ ଆଶାବାଡ଼ି ଧରି ଯାଉଥିଲେ। ମାତ୍ର ନିକଟରେ ଏକ ଷଣ୍ଢ ଛିଡ଼ା ହୋଇଥିବା ସେ ଜାଣିପାରିନଥିଲେ। ଷଣ୍ଢଟି ପ୍ରଶାନ୍ତଙ୍କୁ ସିଙ୍ଘରେ ଉପରକୁ ଟେକି ତଳକୁ କଚାଡ଼ି ଦେଇଥିଲା। ସେ ତଳେ ପଡ଼ି ଚିତ୍କାର କରିବାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଷଣ୍ଢ କବଳରୁ ଉଦ୍ଧାର କରି ଚିକିତ୍ସା ଲାଗି ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପୁରୀରେ ଦିବ୍ୟାଙ୍ଗଙ୍କୁ କଚାଡ଼ି ମାରିଲା ଷଣ୍ଢ
/sambad/media/post_attachments/wp-content/uploads/2017/11/bullock.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)