ବସ୍‌-ବାଇକ୍ ଧକ୍କା, ଜଣେ ମୃତ

ବ୍ରହ୍ମଗିରି : ଆଜି ସଂଧ୍ୟାରେ କୃଷ୍ଣପ୍ରସାଦ ଥାନା ମାଲୁଦ ରାସ୍ତାର ସିଆଳ ଛକ ନିକଟରେ ବସ୍‌-ବାଇକ୍‌ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। କୃଷ୍ଣପ୍ରସାଦ ପୁଲିସ ବସ୍‌ ଓ ବାଇକ୍‌କୁ ଜବତ କରିବା ସହିତ ଶବ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ସଂଧ୍ୟାରେ କୃଷ୍ଣପ୍ରସାଦ ଥାନା କୁମ୍ପୁରି ଗାଁର ପଦ୍ମଚରଣ ମୁଦୁଲି ନାମକ ଜଣେ ରାଜମିସ୍ତ୍ରୀ କାମ ସାରି ଘରକୁ ଫେରୁଥିବା ବେଳେ ମାଲୁଦ ରାସ୍ତାର ସିଆଳ ଛକ ନିକଟରେ ଅଞ୍ଜଳି ନାମକ ଏକ ବସ ସାମନା ପଟୁ ତାଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର