କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଯୁବକ ମୃତ

ରାଇରଙ୍ଗପୁର/ବାଦାମପାହାଡ଼: ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥର ଦଲକି ଛକ ନିକଟରେ କାର ଧକ୍କାରେ ବାଇକ ଚାଳକ ମୃତ। ସୂଚନା ଅନୁଯାୟୀ ରାଇରଙ୍ଗପୁର ୧୩ ନଂ ୱାର୍ଡ ଇଚିଣ୍ଡାର ତୁଷାର କାରୁଆ(୩୪) ବାଇକ ନଂ ଓଡି୧୧-ଜି-୧୧୪୫ ରାଇରଙ୍ଗପୁରରୁ ଯଶିପୁର ପଟେ ଯାଉଥିବା ସମୟରେ ଓଡି୦୧-ଏଏଚ-୬୮୭୮ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବାଇକ ଚାଳକ ତୁଷାର କାରୁଆ ଗୁରୁତର ଆହତ ହୋଇଥିଲେ । ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରିଥିଲେ। ତେବେ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବାଦାମପାହାଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରି ଅଧିକ ତଦନ୍ତ କରୁଛି। ଘଟଣାସ୍ଥଳରୁ କାର ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର