ସୁନ୍ଦରଗଡ଼: ଶୁକ୍ରବାର ରାତି ୯ଟାରେ ସୁନ୍ଦରଗଡ଼ ସହର ମହନ୍ତିଆପଡା ନିକଟ ପିଏସଆର ସିନେମା ହଲ ସାମ୍ନାରେ ଗୁଳି ଫୁଟିଛି। ଗୁଳିରେ ମହନ୍ତିଆପଡାର ଜଣେ ୩୨ ବର୍ଷୀୟ ବ୍ଯକ୍ତିଙ୍କ ମୃତ୍ଯୁ ହୋଇଛି। ମୃତକ ହେଲେ ମୁଣ୍ଡାପଡାର ମୁରାରୀ ତନ୍ତୀ। ତାଙ୍କ ମୁଣ୍ଡ ଓ ବେକରେ ଗୁଳି ଲାଗିଛି। ଜମି ଦଲାଲିରୁ ଗୁଳିକାଣ୍ଡ ହୋଇଥିବା ସହରରେ ଚର୍ଚ୍ଚା ହେଉଛି। ରାତି ୯ଟାରେ ମୁରାରୀ ନିଜ କାରରେ ଘରକୁ ଫେରୁଥିବାବେଳେ ସିନେମା ହଲ ପାଖରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଗୁଳି ଚଳାଇ ଚମ୍ପଟ ମାରିଥିଲେ। ଗୁଳି ମୁରାରୀଙ୍କ ମୁଣ୍ଡ ଓ ବେକରେ ଲାଗିଥିଲ। ଭୟରେ କାର୍ ଡ୍ରାଇଭର ଦୌଡି ପଳାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ଯୁ ହୋଇ ଯାଇଥିଲା। ଖବର ପାଇ ଏସପି ସାଗରିକା ନାଥ ଓ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଧରିବାକୁ ତନାଘନା ଚଲାଇଛନ୍ତି। ଗୁଳିମାଡ କରିଥିବା ୨ ଦୁର୍ବୃତ୍ତ ଚିହ୍ନଟ ହୋଇଥିବା ପୁଲିସ କହିଛି। ମୃତକଙ୍କ ପୁତୁରା ବସନ୍ତ ପାଣ୍ଡବ ଘଟଣାରେ ଜଡିତ ଥିବା ପ୍ରକାଶ କରିଛି।
ଜମି ଦଲାଲିରୁ ସୁନ୍ଦରଗଡ଼ରେ ଗୁଳି ଚାଳନା, ଜଣେ ମୃତ
/sambad/media/post_attachments/wp-content/uploads/2022/04/d74abc7a-327f-4fc6-9e32-8715ec8eb44b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)