କୋଭିଡ୍ ବାଙ୍କିଶୋଳ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ

ବାରିପଦା : ଆଜି ସ୍ଥାନୀୟ ବାଙ୍କିଶୋଳସ୍ଥିତ କୋଭିଡ୍ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଉକ୍ତ ପୁରୁଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ନିଶ୍ବାସ ନେଇପାରୁନଥିବା ଜଣାପଡ଼ିଛି। ତେବେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପରେ ସବିଶେଷ ବିବରଣୀ ଦିଆଯିବାନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଯଦି ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ କରୋନାଜନିତ ହୋଇଥାଏ ତେବେ ବାରିପଦାର କୋଭିଡ୍ ହସ୍ପିଟାଲରେ ଏହା ପ୍ରଥମ ମୃତ୍ୟୁ ବୋଲି ଧରାଯିବ।

ସମ୍ବନ୍ଧିତ ଖବର