ପାଣିରେ ବୁଡି ବୃଦ୍ଧାର ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ହଳଦି ଗ୍ରାମର ଦଇମତି ଗୌଡ (୫୦) ଆଜି  ଗାଧୋଇବାକୁ ଯାଇ ଏକ ନାଳ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛି । ଏ ନେଇ ମୃତ ଦଇ ମତିର ସ୍ଵାମୀ ମହେଶ୍ୱର ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାତ ଘଣ୍ଟ ସମୟରେ ହଳଦି ଗ୍ରାମର ବୃଦ୍ଧା ଦଇ ମତି ଭତରା (୫୦) ନିକଟ ଚିକିଲି ଯୋଡ଼ି ନାଳରେ ଗାଧୋଇବାକୁ ଯିବି କହି ଯାଇଥିଲା ।  କିନ୍ତୁ ବହୁ ସମୟ ଧରି ଦଇ ମତି ଘରକୁ ନ ଫେରିବାରୁ ମହେଶ୍ୱର ଚିକିଲି ଯୋଡ଼ି ନାଳ  ନିକଟରେ ଦିନ ଦଶ ଘଣ୍ଟ ସମୟରେ ଆସି ଦେଖିବା ବେଳକୁ ନାଳ ର ପାଣି ଭିତରେ ତାର ଶରୀର ଦିଶୁଥିଲା । ନିକଟ କୁ ଆସି ଦେଖିବା ବେଳକୁ ଦଇ ମତିର ମୃତ୍ୟୁ ଘଟିଥିବା ଜାଣି ପାରିଥିଲା । ଏ ନେଇ ମହେଶ୍ୱର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା କେଶ ନ ୧୦/୨୦ ରେ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ  ହସ୍ତାନ୍ତର କରିଥିଲେ । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏଏସ୍ଆଇ ସୋଲେମାନ ଭୂୟାଁ ଘଟଣାର ତଦନ୍ତ କରୁଛନ୍ତି ।

ସମ୍ବନ୍ଧିତ ଖବର