କଟକ: ଡେଙ୍ଗୁ ରୋଗରେ ଯୁବକଙ୍କ ମୃତ୍ୟୁ

କଟକ: ବଡ଼ ମେଡିକାଲର ଆଇସିୟୁରେ ମଙ୍ଗଳବାର ଡେଙ୍ଗୁ ରୋଗରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କଟକ ଜୋବ୍ରା ଅଞ୍ଚଳର ଡେଙ୍ଗୁ ପୀଡ଼ିତ ବୈରାଗୀ ପାଣ୍ଡିଙ୍କ ପୁଅ ସୁକାନ୍ତ ପାଣ୍ଡି (୨୬)ଙ୍କୁ ଆଇସିୟୁର ୨ ନମ୍ବର ବେଡ୍‌ରେ ଭର୍ତ୍ତି କରାଯାଇଥିଲା। ସୁକାନ୍ତକୁ ଗତ ଅକ୍ଟୋବର ୩୦ ସନ୍ଧ୍ୟାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଥିଲେ ମଧ୍ୟ ବୈରାଗୀର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନ ଥିଲା। ଆମେ ବହୁ ଚେଷ୍ଟା କରି ମଧ୍ୟ ସୁକାନ୍ତକୁ ବଞ୍ଚାଇ ପାରି ନାହୁଁ। ଆଜି ଅପରାହ୍ନ ୩ଟାରେ ସୁକାନ୍ତର ମୃତ୍ୟୁ ଘଟିଛି ବୋଲି ଜଣେ ମେଡିକାଲ ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ ପାଖାପାଖି ୧୫ ଦିନ ତଳେ ଏସ୍‌ସିବିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଡେଙ୍ଗୁ ରୋଗରେ ପୀଡ଼ିତ ମହିଳା ଜଣକ ପଶ୍ଚିମବଙ୍ଗର ଥିଲେ। ପ୍ରାୟ ୪ ମାସ ମଧ୍ୟରେ ୭ ଜଣଙ୍କ ଡେଙ୍ଗୁ ଜନିତ ମୃତ୍ୟୁ ଘଟିଛି। ବର୍ତ୍ତମାନ କଟକ ବଡ଼ ମେଡିକାଲରେ ପାଖାପାଖି ୪୦ ଜଣ ଡେଙ୍ଗୁ ରୋଗୀଙ୍କୁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର