ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ୍‌ ଅନ୍ତର୍ଗତ ରୋଇଡ଼ା ଜଙ୍ଗଲରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଜଣଙ୍କ ହେ‌ଲେ ରୋଇଡ଼ା ପଞ୍ଚାୟତ ପଣସଗୁଡ଼ା ଗ୍ରାମର ସମରା ମୁଣ୍ଡା (୬୦)।

Advertisment

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଜ‌ାଳେଣି କାଠ ସଂଗ୍ରହ ପାଇଁ ସମରା ମୁଣ୍ଡା, ସ୍ତ୍ରୀ ସରସ୍ୱତୀ ମୁଣ୍ଡା ଓ ୮ ବର୍ଷର ଝିଅ ପୁତୁଲି ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ କରୁଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ସମରାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେଇଥିଲା। ଫଳରେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ସରସ୍ୱତୀ ଝିଅ ପୁତୁଲିକୁ ନେଇ ଦୌଡ଼ି ପଳାଇବାରୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଦୌଡ଼ିବା ସମୟରେ ଉଭୟ ଏକ ଗଛରେ ପିଟି ହୋଇଯିବାରୁ ‌ଆହତ ହୋଇଛନ୍ତି। ଉଭୟଙ୍କୁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ରୁଗୁଡ଼ି ଥାନା ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଡାକ୍ତରଖାନା ପଠାଇଥିଲେ।