ମଞ୍ଚାରୁ ଓହ୍ଲାଇବାବେଳେ କଚାଡ଼ି ମାରିଲା ଦନ୍ତା

ଚମକପୁର : ରାତିସାରା ମଞ୍ଚାରେ ରହି ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେଉଥିଲେ। ସକାଳେ ଘରକୁ ଫେରିବା ସମୟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଚିପିଣ୍ଡା ବିଟ୍‌ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଚାମିରା ମୁଣ୍ଡା (୨୫)।

ହାତୀପଲ ଫସଲ ନଷ୍ଟ କରି ଦେଉଥିବାରୁ ଚାଷୀମାନେ ମଞ୍ଚା‌ରେ ରହି ରାତି ଉଜାଗର ହୋଇ ନିଜ ଫସଲକୁ ସୁରକ୍ଷା ଦେଉଛନ୍ତି। ଗତକାଲି ରାତିରେ ଚାମିରା ମଞ୍ଚାରେ ଥିଲେ। ଆଜି ଭୋର ୫ଟାବେଳେ ମଞ୍ଚାରୁ ଓହ୍ଲାଇ ଘରକୁ ଯାଉଥିବାବେଳେ ରାସ୍ତାରେ ଏକ ଦନ୍ତାହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଝୁମ୍ପୁରା ଡାକ୍ତରଖାନା ନେଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବନ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର