ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ବଣୁଆ ହାତୀ ଗତ ରାତିରେ ଆଉ ଜଣଙ୍କ ଜୀବନ ନେଇଛନ୍ତି। ହାତୀପଲ କିଞ୍ଜିରକେଲା ଅନ୍ତର୍ଗତ ବନ୍ଧବାହାଲ ପଞ୍ଚାୟତ ଠୁଟିପିପଲ ଗାଁର ପରୀକ୍ଷିତ ଗହିର (୪୬)ଙ୍କ ଘର ଭାଙ୍ଗି ତାଙ୍କୁ ଶୁଣ୍ଢରେ ଟାଣି କଚାଡ଼ି ମାରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଖବର ପାଇ ଆଜି ସକାଳୁ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଶୁକ୍ରବାର ରାତି ପ୍ରାୟ ୧୨ଟା ବେଳେ ହାତୀପଲ କିଞ୍ଜିରକେଲା ଅନ୍ତର୍ଗତ ବନ୍ଧବାହାଲ ପଞ୍ଚାୟତ ଠୁଟିପିପଲ ଗାଁରେ ପରୀକ୍ଷିତ ଗହିର (୪୬)ଙ୍କ ଘର ଭାଙ୍ଗିଥିଲେ। ସେତେବେଳେ ପରୀକ୍ଷିତ ଓ ତାଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଚେଇଁ ଉଠିଥିଲେ। ତାଙ୍କ ଘର କାନ୍ଥ ହଲିବାରୁ ହାତୀ ଆସି ଭାଙ୍ଗୁଥିବା ଜାଣିବାକୁ ପାଇ ସେମାନେ ଭୟରେ ଥରିବାକୁ ଲାଗିଥିଲେ। ଜୀବନ ବିକଳରେ ପରୀକ୍ଷିତ ଘରୁ ବାହାରକୁ ଦୌଡ଼ି ପଳାଉଥିବା ବେଳେ ଅନ୍ଧାର ରାତିରେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟାଣିନେଇ ତଳେ କଚାଡ଼ିବା ସହ ପାଦରେ ମୁଣ୍ଡକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ଚାଲି ଯାଇଥିଲା। ତେବେ ଘରକୋଣରେ ପରିବାରର ଅନ୍ୟ ୫ ପ୍ରାଣୀ ଲୁଚି ଯାଇଥିବାରୁ ରକ୍ଷା ପାଇ ଯାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଘର ଆଖପାଖରେ ଭଙ୍ଗାଭଙ୍ଗି କରି ହାତୀପଲ ଚାଲି ଯାଇଥିଲେ।
ସୁନ୍ଦରଗଡ଼ରେ ହାତୀପଲଙ୍କ ଉତ୍ପାତ : ଘର ଭାଙ୍ଗିଲେ, ଘର ମାଲିକଙ୍କୁ ମାରିଦେଲେ
/sambad/media/post_attachments/wp-content/uploads/2019/10/elephant-attack-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)