ବଜ୍ରାଘାତରେ ମହିଳା ମୃତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ତେଲକୋଇ ହାଇସ୍କୁଲ୍‌ସାହିର ଉଗ୍ରସେନ ସେଠୀଙ୍କ ପତ୍ନୀ ବୀଣାପାଣି ସେଠୀ (୪୨)। ଆଜି ଦିନ ପ୍ରାୟ ୧ଟାବେଳେ ବୀଣାପାଣି ଛେଳି ଚରାଇ ଘରକୁ ଫେରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ତେଲକୋଇ ପୁଲିସ ପହଞ୍ଚି କେସ୍‌ ନମ୍ବର ୩୬/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର