ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଂଚାୟତ ମଙ୍ଗଳପୁର ନିକଟରେ ପୂର୍ତ୍ତ ବିଭାଗର ରାସ୍ତା କାମ ଯାଞ୍ଚ କରୁଥିବା ବେଳେ ଜଣେ ସୁପରଭାଇଜରଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ନୀଳଗିରି ଥନା ମିତ୍ରପୁର ପାଟଣା ଗ୍ରାମର ବାପୁନୁ ବେହେରା (୨୫)। ବାପୁନୁ ଖନ୍ତାପଡା ଅଂଚଳର ଠିକାଦାର କମଳାକାନ୍ତ ପଣ୍ଡାଙ୍କ ଠାରେ ସୁପରଭାଇଜର ଭାବେ କାମ କରୁଥିଲେ। ଆଜି ଅପରାହ୍ଣରେ ମଙ୍ଗଳପୁର ନିକଟରେ ହେଉଥିବା ରାସ୍ତା କାମର ତଦାରଖ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ। ଫଳରେ ତାଙ୍କ ସହଯୋଗୀ ଶ୍ରମିକ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବଜ୍ରାଘାତରେ ସୁପରଭାଇଜରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/09/lightning.jpg)