ଦେବଗଡ଼: ଟୁଲ (ମହୁଲ ଫଳ) ସଂଗ୍ରହ ପାଇଁ ଯାଇଥିବାବେଳେ ବଜ୍ରପାତରେ ଆଜି ଅପରାହ୍ଣରେ ବାରକୋଟ ବ୍ଲକ ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ବିରଞ୍ଜି ମହାକୁଳ(୪୮)।
ମିଳିଥିବା ସୂଚନା ଅନୁଯାୟୀ, ଝରାକଣ୍ଢଳ ଗ୍ରାମର ବିରଞ୍ଜି ଆଜି ଅପରାହ୍ଣ ସମୟରେ ନିକଟସ୍ଥ ଜମିକୁ ଟୁଲ ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ହଠାତ ବଜ୍ରପାତ ହୋଇଥିଲା। ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତ ବିରଞ୍ଜି ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କର ବିୟୋଗରେ ପରିବାର ଲୋକ ଭାଙ୍ଗିପଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)