କ୍ରେନ ଚଢ଼ିଯିବା ଫଳରେ ଜଣଙ୍କର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଚେକ ଗେଟ ନିକଟରେ ଏକ କ୍ରେନ ଜଣେ ବ୍ୟକ୍ତିଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ବାସିନ୍ଦା ରାମ ସିଂ(୪୫)।

ଘଟଣା ଅନୁଯାୟୀ ଆଜି ଅପରାହ୍ନରେ ସ୍ଥାନୀୟ ଚେକ ଗେଟ ନିକଟରେ ସହରସ୍ଥିତ ଜୟପୁରିଆଗୁଡ଼ା ବାସିନ୍ଦା ରାମ ସିଂ ରାସ୍ତା ପାର କରୁଥିବା ବେଳେ ଅଚାନକ ଏକ କ୍ରେନ ତାଂକ ଉପରେ ଚଢିଯାଇଥିଲା। କ୍ରେନର ଚକା ତଳେ ରାମ ସିଂ ଚାପି ହୋଇଯାଇଥିଲେ। ଫଳରେ ତାଂକର ମୃତ୍ୟୁ ହୋଇଯାଇଥିଲା। କ୍ରେନର ଡ୍ରାଇଭର ଘଟଣାସ୍ଥଳରେ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ରାମ ସିଂଙ୍କ ପରିବାର ଲୋକେ ଶବକୁ ରାସ୍ତାରୁ ହଟାଉ ନାହାନ୍ତି। ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିବାର ଲୋକେ ମାନୁନଥିବା ଜଣାପଡିଛି। ଖବର ଲେଖାଯିବା ବେଳକୁ ଶବ ରାସ୍ତାରୁ ହଟି ନଥିଲା। ପରିବାର ଲୋକେ ରାସ୍ତା ରୋକ କରିନଥିଲେ ମଧ୍ୟ କ୍ଷତିପୂରଣ ଦାବି କରି ଶବକୁ ରାସ୍ତାରୁ ହଟାଉନାହାନ୍ତି।

ସମ୍ବନ୍ଧିତ ଖବର