ସଡ଼କ ଦୁର୍ଘଟଣାରେ ଜଣେ ମୃତ

ମାଲକାନଗିରି : ଆଜି ସନ୍ଧ୍ୟାରେ ମାଲକାନଗିରି ବ୍ଲକ୍‌ ସଦର ମହକୁମା ଶିଖାପାଲୀ ଏବଂ ତଣ୍ଡାପାଲ୍ଲୀ ଗ୍ରାମପଞ୍ଚାୟତ ମଝିରେ ଏକ ୧୦ ଚକିଆ ଟିପର ସହିତ ସ୍କୁଟି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ସ୍ୱପ୍ନା ଭଟ୍ଟ (୧୮)। ସେ ଏମ୍‌.ଭି-୧୮ ଗ୍ରାମର ବାବୁଲ ଭଟ୍ଟ ଝିଅ ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଶିଖାପାଲୀ ଏବଂ ତଣ୍ଡାପାଲୀ ଗ୍ରାମ ପଞ୍ଚାୟତର ଏମ୍‌.ଭି-୧୬ ଏବଂ ଏମ୍‌.ଭି-୧୭ ଗ୍ରାମ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଆଜି ସନ୍ଧ୍ୟା ୬.୫୦ ମିନିଟ୍‌ ସମୟରେ +୨ ପାଠ ପଢ଼ୁଥିବା ଝିଅଟି ଏମ୍‌.ଭି-୧୬ ଗ୍ରାମରେ ଜଣେ ସାଙ୍ଗକୁ ଭେଟି ସ୍କୁଟି ଚଳାଇ ନିଜ ଗ୍ରାମ ଏମ୍‌.ଭି-୧୮କୁ ଫେରୁଥିଲେ। ଏହି ସମୟରେ ମାଲକାନଗିରି ଅଭିମୁଖେ ଯାଉଥିବା ୧୦ ଚକିଆ ଟିପର ସହିତ ତାଙ୍କର ସ୍କୁଟି ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଝିଅଟି ନୂଆ ନୂଆ ଗାଡି ଚଳାଉଥିବାରୁ ଦ୍ରୁତ ଗତିରେ ଆସୁଥିବା ଟିପରକୁ ଦେଖି ନିଜର ଭାରସାମ୍ୟ ହରାଇ ଟିପରକୁ ଧକ୍କା ଦେଇଥିଲେ ବୋଲି ଉପସ୍ଥିତ ଲୋକମାନେ କହିଛନ୍ତି। ଟିପର ସହିତ ସ୍କୁଟିଟି ଏତେ ଜୋର୍‌ରେ ଝକ୍କା ହୋଇଥିଲା ଯେ, ସ୍କୁଟି ସହିତ ଝିଅଟି ପ୍ରାୟ ୨୦ ଫୁଟି ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ। ଝିଅଟିର ଗୋଡ ସ୍କୁଟିରେ ଫସି ରହିଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଲୋକମାନେ କହିଛନ୍ତି। ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର