ନୂଆପଡ଼ା : ରବିବାର ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସରଗାଦି-ନୂଆପଡ଼ା ରାସ୍ତାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ମୁକେଶ ବଚ୍ଛା (୧୬ ବର୍ଷ)। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରୁ ଖଡ଼ିଆଳ ଥାନା ଅଞ୍ଚଳର ଏକ ଗାଁକୁ ଏକ ପିକ୍ଅପ୍ ଗାଡ଼ିରେ ବରଯାତ୍ରୀ ଆସିଥିଲେ। ବାହାଘର ସରିବା ପରେ ନିଜ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗାଁ ରାସ୍ତା କଡ଼କୁ ଗାଡ଼ିଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
/sambad/media/post_attachments/wp-content/uploads/2022/02/cff83eeb-357d-4228-a7f5-a5693aba5504.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)